ସୁନା ଚୋରା ଚାଲାଣ ମାମଲାରେ ଡିଆରଆଇ ହେପାଜତରେ କନ୍ନଡ ଅଭିନେତ୍ରୀ ରଣୟା ରାଓ
ବେଙ୍ଗାଲୁରୁ: ୧୨.୮୬ କୋଟି ଟଙ୍କା ମୂଲ୍ୟର ୧୪.୨ କେଜି ସୁନା ଚୋରା ଚାଲାଣ ଅଭିଯୋଗରେ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମାର୍ଚ୍ଚ ୩ ତାରିଖରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରଣୟା ରାଓଙ୍କୁ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର ଅଦାଲତ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ)କୁ ୩ ଦିନିଆ ରିମାଣ୍ଡରେ ନେଇଛନ୍ତି।
ଦୁବାଇରୁ ଯାତ୍ରା କରୁଥିବା ବେଳେ ୩୩ ବର୍ଷୀୟ ରାଓ ଙ୍କ ଦେହରେ ସୁନା ବନ୍ଧା ଥିବା ବେଳେ ଧରାପଡ଼ିଥିଲେ। ତାଙ୍କ ବାରମ୍ବାର ଅନ୍ତର୍ଜାତୀୟ ଗସ୍ତ ଡିଆରଆଇ ଅଧିକାରୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଥିଲା। ଚୋରା ସୁନାର ଉତ୍ସ ଓ ଗନ୍ତବ୍ୟ ସ୍ଥଳ ଅନୁସନ୍ଧାନ ପାଇଁ ଏଜେନ୍ସି ତାଙ୍କୁ ହେପାଜତରେ ନେବାକୁ ଅନୁରୋଧ କରିଥିଲା ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପ ସହିତ ସମ୍ଭାବ୍ୟ ଲିଙ୍କ୍ ଥିବା ସନ୍ଦେହ କରିଥିଲା।
ଜାମିନ ଆବେଦନ ସତ୍ତ୍ୱେ କୋର୍ଟ ତଦନ୍ତକୁ ପ୍ରାଥମିକତା ଦେଇ ରାୟକୁ ସ୍ଥଗିତ ରଖିଥିଲେ। ସୂତ୍ରରୁ ପ୍ରକାଶ ଯେ ରାଓ କର୍ଣ୍ଣାଟକର ଜଣେ ବରିଷ୍ଠ ଡିଜିପି ପାହ୍ୟାର ଆଇପିଏସ୍ ଅଧିକାରୀଙ୍କ ସାବତ ଝିଅ।